beambark.pages.dev


Kuntala kumari sabat death reason

          Kuntala kumari sabat photo...

          କୁନ୍ତଳା କୁମାରୀ ସାବତ

          କୁନ୍ତଳା କୁମାରୀ ସାବତ

          ଜନ୍ମ ଓ ଜନ୍ମସ୍ଥାନ(1901-02-08)୮ ଫେବୃଆରୀ ୧୯୦୧
          ଜଗଦଳପୁର, ଛତିଶଗଡ଼, ଭାରତ
          ମୃତ୍ୟୁ୨୩ ଅଗଷ୍ଟ ୧୯୩୮(1938-08-23) (ବୟସ ୩୭)
          ବୃତ୍ତିକବି, ଡାକ୍ତର
          ଭାଷାଓଡ଼ିଆ
          ଜାତୀୟତାଭାରତୀୟ

          ଦସ୍ତଖତ

          ଉତ୍କଳ ଭାରତୀକୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ ।[୧] ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।[୨]

          ପ୍ରାରମ୍ଭିକ ଜୀବନ

          [ସମ୍ପାଦନା]

          କୁନ୍ତଳା କୁମାରୀ ସାବତ ୧୯୦୧ ମସିହା ଫେବୃଆରି ୮ ତାରିଖରେ ତତ୍କାଳୀନ ବସ୍ତର ରାଜ୍ୟର ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ଥିଲେ ଓ ତାଙ୍କ ମା'ଙ୍କ ନାମ ଥିଲା ମନିକା ସାବତ । ତାଙ୍କ ପରିବାରର ଉପାଧୀ ଥିଲା ସାବୁତ । ଏହି ବଂଶରେ ବ୍ରଜବନ୍ଧୁ ସାବୁତଙ୍କର କୈାଣସି ସନ୍ତାନ ସନ୍ତତି ନ ହେବାରୁ ସେମାନେ ପୁରୀ